ଛବି କଥା କହେ - ଦୀପ୍ତି ଦେବଦର୍ଶିନୀ ସୁତାର



ସମ୍ଭାବନା ଯହିଁ  ବୋଝ ହୋଇଯାଏ

କିଛି ଉପାଧିକୁ ବୋହି

ଭାଷା ସାହିତ୍ୟର ଉନ୍ନତି କେବେ ବି

ସଫଳ ହୋଇବ ନାହିଁ  ।


ଲେଖିବା ନିଜର  ଆତ୍ମାର ଇଙ୍ଗିତେ

ଦୂର ଦୃଷ୍ଟି ସୃଷ୍ଟି ପାଇଁ

ପ୍ରଗତି ପଥରେ ପାଦ ଦେବ ନର

ପଛକୁ ଫେରିବ ନାହିଁ    ।।


ମାନ ପତ୍ର ନୁହେଁ  ତଉଲିବା ପାଇଁ

ଲେଖକ ର ମନ କଥା

ପ୍ରଶଂସା ସହିତ ପୁରସ୍କାର କ'ଣ 

ବୁଝେ ତା' ହୃଦୟ ବ୍ୟଥା    । ।


ଲେଖନୀ ମୁନ ରେ ଗଢିପାରେ ଯିଏ

ଭାବ ଭାଷା କୋଣାରକ

ଶବ୍ଦ ର ଚିତ୍ରରେ ସଜାଇ ଦେଖେ ସେ

ଜଳୁଛି ନୂଆ ଆଲୋକ    ।।


ଭାର ରେ ବହୁଛି ଯୁଗପ୍ରବର୍ତକ

ଲେଖକ ର ଡାଲା ଥୋଇ

ଦୂରରେ ରହିବ ପୁରସ୍କାର ଠାରୁ

ଜଗତ କଲ୍ୟାଣ ପାଇଁ      ।।


ଦୀପ୍ତି  ଦେବଦର୍ଶିନୀ ସୁତାର

ଓରାଳି ,ହାଟଡିହୀ,କେନ୍ଦୁଝର 

Post a Comment

0 Comments